ବୀରମହାରାଜପୁର,( ମୋରଖବର ଉମେଶ ଦଣ୍ଡସନା- ସମ୍ପାଦକ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଷଣ୍ଢା ଗ୍ରାମର ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ଷଣ୍ଢା ଗ୍ରାମର ସୂର୍ଯ୍ୟ କୁମାର ବାଘ ( ୨୭) ନିଜ ବାସଭବନରେ ଝୁଲନ୍ତା ଅବସ୍ଥାରେ ଗୁରୁବାର ସକାଳୁ ପରିବାର ଲୋକେ ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଦେଖିଲା ବେଳକୁ ତାହାର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ପୋଲିସ କୁ ନଜଣାଇ ତାଙ୍କୁ ହରିହର ଜୋର ମଶାଣି କୁ ଶବ ଦାହ କରିବା ପାଇଁ ନେଇଥିଲେ। ସେଠାରେ ମୃତ ଦେହ ଉପରେ କାଠ ରଖାଥିବା ସମୟରେ
ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା। ମୃତ ଙ୍କ ବାପା ଯେମ୍ବେ ବାଘ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗ ଅନୁଯାୟୀ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସ ଆଇ ଅଭିନାଶ ପଧାନ ପ୍ରକାଶ କରିଛନ୍ତି । ସେ ଛଅ ମାସ ତଳେ ବିବାହ କରିଥିବା ବେଳେ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ନେଇ ଅଞ୍ଚଳରେ ଆଲୋଚନା ହେ

Comments
Post a Comment