ପୋଖରୀରେ ବୁଡି ଜଣେ ବୃଦ୍ଧ ମୃତ

ବୀରମହାରାଜପୁର,( ମୋରଖବର ): ସୁବର୍ଣ୍ଣପୁର ଊ ବୀରମହାରାଜପୁର ଥାନା କଳାପଥର ଗାଁ ରେ ଆଜି ଜଣେ ବୃଦ୍ଧ ବନ୍ଧ ପାଣି ରେ ବୁଡି ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ କଳାପଥର ଗୌଡିଆ ବନ୍ଧ କୁ ଶ୍ୟାମ ପଧାନ (୭୬) ଗାଧୋଇ ବାକୁ ଯାଇଥିଲେ। ସେତେବେଳେ ଗାଧୁଆ ଠୁଥ ରେ କେହି ନ ଥିଲେ ।ସେ ଏକା ଗାଧୁ ଥିବା ବେଳେ ପାଣି ରେ ପଡି ମୃତ୍ୟୁ ହୋଇ ଯାଇଛି l ଗ୍ରାମ ମିଳନ ପଧାନ ସେତେବେଳେ ଗାଧୋଇ ବାକୁ ଯାଇଥିବା ବେଳେ ଜାଣି ପାରି ବୃଦ୍ଧ କୁ ଉଦ୍ଧାର କରି ପାଣି ରୁ ବାହାର କରି ଥିଲେ। ପ୍ରଥମେ ଆମ୍ବୁଲାନ୍ସ କୁ ଫୋନ କରି ଥିଲେ। ହେଲେ ଆମ୍ବୁଲାନ୍ସ ଆସିବା ରେ ବିଳମ୍ବ ହେବ ବୋଲି କହିବାରୁ ଗ୍ରାମ ର ୱାର୍ଡ ସଭ୍ୟ ସୂର୍ଯ୍ୟ ନାରାୟଣ ପ
ଧାନ, ଗୁରୁତର ଆହତ ହୋଇଥିବା ଶ୍ୟାମ ଙ୍କ ପୁଅ ମକରଦ୍ୱଜ ପଧାନ ଏକ ବାଇକ ରେ ଶ୍ୟାମ କୁ ବସାଇ ନେଇ ବୀରମହାରାଜପୁର ଡାକ୍ତରଖାନା କୁ ଚିକତ୍ସା ପାଇଁ ନେଇ ଥିଲେ ।ହେଲେ ସେତେବେଳେ ଡାକ୍ତର ଚେକ କରିବା ପରେ ଶ୍ୟାମ କୁ ମୃତ ଘୋଷଣା କରି ଥିଲେ l ପୋଲିସ ଖବର ପାଇ ଶବ କୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିଲା l ଗ୍ରାମ ବାସି ମୃତ ଶ୍ୟାମ କୁ ଗାଁ ନିକଟରେ ଶବ ଦାହ କରିଥିଲେ ବୋଲି ଗ୍ରାମ ସ୍ବେଛାସେବୀ ଦଶ ମହାକୁର ସୂଚନା ଦେଇଛନ୍ତି l ଅନ୍ୟ ପଟେ ବୀରମହାରାଜପୁର ପୋଲିସ ଅପମୁର୍ତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି l

Post a Comment

Previous Post Next Post