ଲୋଇସିଂହା, (ମୋରଖବର) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା, ସୂଚନା ରୁ ପ୍ରକାଶ ଯେ ଗତକାଲି ନାରାୟଣ ଚନ୍ଦ୍ର ଗୁରୁ (32) ନାମକ ଏକ ଜୈନେକ ବ୍ୟକ୍ତି ଏକ ହୋଣ୍ଡା ସାଇନ ଗାଡି ନଂ. OD17A 5099 ଡ଼ିକି ରେ କଫସିରଫ ଧରି ସାଲେଭଟା ସାପ୍ତାହିକ ମାର୍କେଟ ରେ ବିକୁଥିବା ବିଶ୍ୱସ୍ତ ସୂତ୍ରରୁ ଲୋଇସିଂହା ପୋଲିସ ଟିମ ଖବର ପାଇ ଉକ୍ତ ସ୍ଥାନକୁ ଚଢ଼ାଉ କରିଥିଲା l ଏହାପରେ ଅଭିଯୁକ୍ତ କୁ ଗିରଫ କରିବା ସହ 60 ଟି କଫସିରଫ, ମୋଟର ବାଇକ ଓ ଏକ ମୋବାଇଲ କୁ ସିଜ କରି କେଶ ନଂ 251/25 ରେ ଏକ ମାମଲା ରୁଜୁ କରି ନାରାୟଣ କୁ କୋର୍ଟ ଚାଲାଣ କରିଛି l ଏହା ଉପରେ ତଦନ୍ତ ଜାରି ରଖିଥିବା ଲୋଇସିଂହା ଥାନାଧିକାରୀ ଶ୍ରୀମତୀ ଯାଜ୍ଞସେନୀ ନାୟକ ସୂଚନା ଦେଇଛନ୍ତି l

Comments
Post a Comment