ଅତାବିରା,ଆଜି ଅପରାହ୍ନ ପ୍ରାୟ ୧୨ ଟା ୩୦ ମିନିଟ ସମୟରେ ଅତାବିରା ଝାଉଁ ନଦୀ ପୋଲ ନିକଟରେ ୫୩ ନମ୍ବର ଜାତୀୟ ରାଜପଥ ରେ ଗୋଟିଏ ଅଜଣା ବାଇକ୍ ର ଧକ୍କାରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ବୃଦ୍ଧା ଜଣକ ହେଲେ ଅତାବିରା ଥାନା ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ର ବଡ଼ମାଳ ଗ୍ରାମର ଅର୍ଜୁନ ମିର୍ଦ୍ଧା ( ୭୫) । ନିଜ ଟି ଭି ଏସ ନଂ ଓ ଆର୍ ୧୫ କ୍ୟୁ ୩୭୮୫ ରେ ସେ ଅତାବିରା ରୁ ବଜାର କରି ନିଜ ଘରକୁ ଫେରୁ ଥିବା ବେଳେ ପଛପଟୁ ଏକ ଅଜଣା ବାଇକ୍ ଧକ୍କା ଦେଇ ଫେରାର ମାରିଥିଲା । ବୃଦ୍ଧା ଜଣକ ରକ୍ତାକ୍ତ ଅବସ୍ଥାରେ ଛିଟିକି ପଡ଼ିଥିଲେ । ତାଙ୍କର ବାମ ଗୋଡ ଗୁରୁତର ଭାବେ ଆଘାତ ଭାଙ୍ଗି ଯାଇଛି । ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ପୋଲିସ ଗାଡ଼ି ରେ ବୃଦ୍ଧଙ୍କୁ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।କିନ୍ତୁ ସେଠାରେ କୌଣସି ଆର୍ଥିପେଡିକ ଡାକ୍ତର ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲ୍ଲା ଡାକ୍ତରଖାନା କୁ ପଠାଇ ଦିଆଯାଇଛି । ବୃଦ୍ଧ ଙ୍କ ପୁଅ ଖବର ପାଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ବାପା ଙ୍କ ବୁର୍ଲା ଡାକ୍ତରଖାନାକୁ ଯାଇଛନ୍ତି । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।