ବଇରାସର କ୍ଳଷ୍ଟର ସ୍ତରୀୟ ଦ୍ୱିତୀୟ ମାସିକ ବୈଠକ ଅନୁଷ୍ଠିତ

ମୋର ଖବର ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ବଇରାସର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବଇରାସର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜିତ ମିଶ୍ରଙ୍କ ତତ୍ତ୍ୱାବଧାନରେ ୧୦ଟି ବିଦ୍ୟାଳୟର, ମୌଳିକ ସଂଖ୍ୟା ଜ୍ଞାନ ଓ ଶିକ୍ଷକଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ । ଏହି ବୈଠକ କନ୍ଧlଗlଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା l ସର୍ବପ୍ରଥମେ ଶିକ୍ଷକଶିକ୍ଷୟିତ୍ରୀ ମାନେ ଶ୍ରୀଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରାର୍ଥନା ଗାନ କରିଥିଲେ । ବୈଠକ ଆରମ୍ଭରେ ରଞ୍ଜିତ ମିଶ୍ର ଲକ୍ଷ୍ୟ, ଉଦ୍ଦେଶ୍ୟ ଜ୍ଞାପନ କରିବାସହ ଅଗଷ୍ଟ ମାସର କାର୍ଯ୍ୟକ୍ରମକୁ ବୁଝାଇ ଥିଲେ। ପ୍ରଥମରୁ ତୃତୀୟ ଶ୍ରେଣୀର ମୌଳିକ ସାକ୍ଷରତା, ମୌଳିକ ସଂଖ୍ୟାଜ୍ଞାନ ଓ ସାମଗ୍ରିକ ପ୍ରଗତି ପତ୍ର, କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଭାଗ ନେଇଥିବା ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଶିଶୁ ବାଟିକା ସହାୟକ ପୁସ୍ତିକା ଓ କାର୍ଯ୍ୟ ପୁସ୍ତିକା ସମ୍ୱନ୍ଧରେ ଆଲୋଚନା କରିଥିଲେ । ସ୍ବାଗତ ଓ କାର୍ଯ୍ୟସୂଚୀ ପ୍ରଦାନ ପରେ ପୂର୍ବ ବୈଠକ ବିଷୟବସ୍ତୁ ର ଆଲୋଚନା ହୋଇଥିଲା l ଅଗଷ୍ଟ ମାସ ର ଶୈକ୍ଷିକ କ୍ୟାଲେଣ୍ଡର , ବହୁଶ୍ରେଣୀ ପରିଚାଳନା, ନମୁନା ପାଠ ଟୀକା ,ଶିକ୍ଷକଙ୍କ ଗତିବିଧି ଯୋଜନା ଶିକ୍ଷକଙ୍କ ଦ୍ଵାରା ପାଠ ଟୀକା ପ୍ରସ୍ତୁତି ଓ ଉପସ୍ଥାପନା କରିଥିଲେ l ଶିକ୍ଷୟତ୍ରୀ ମାନେ ଅକ୍ଷର ପରିଚୟ ପାଇଁ ଅଭିନୟ ମାଧ୍ୟମରେ ଏକ ବିଷୟବସ୍ତୁ ଉପସ୍ଥାପନା କରିଥିଲେ l ଠିକ୍ ସେହି ପରି ଶିକ୍ଷକ ମାନେ ସଂଖ୍ୟା ଧାରଣା ପାଇଁ ସୁନ୍ଦର ପର୍ଯ୍ୟବେଷଣ କରିଥିଲେ l ପରେ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ସକାରାତ୍ମକ ପ୍ରତିକ୍ରିୟା ରଖିଥିଲେ।ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଆଧାରିତ ଗଣିତ ଶିକ୍ଷଣ କାର୍ଯ୍ୟ ପାଇଁ କିପରି ଭାବରେ ଅବାକସ ରିଙ୍ଗ, ସ୍ଥାନୀୟମାନ ମ୍ୟାଟ, ଦଶ ଆଧାର ବ୍ଲକର ବ୍ୟବହାର କରିବେ ତାହା ଆଲୋଚନା ସହ ଏକ ନମୁନା ପ୍ରଦର୍ଶନ କରାଗଲା l ଶେଷରେ ସାମଗ୍ରିକ ପ୍ରଗତିପତ୍ରର ବ୍ୟବହାର ପାଇଁ ସୂଚନା ଦେବା ସହିତ କାର୍ଯ୍ୟକ୍ରମର ସଂକ୍ଷେପଣ କରାଯାଇଥିଲା lନପୂର୍ଣ୍ଣଚନ୍ଦ୍ର ମେହେର ଓ ସୁଶୀଲ ମହଲା କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ କନ୍ଧାଗାଡ ପ୍ରଧାନ ଶିକ୍ଷୟତ୍ରୀ ଗୀତା ରଥ ଧନ୍ୟବାଦ ଅର୍ପଣ କରି ବୈଠକ ସଙ୍ଗ କରାଯାଇଥିଲା

Post a Comment

Previous Post Next Post